୨ ଦିନିଆ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କଂଗ୍ରେସ ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ।  ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l

6ପୁଣି ସେହିଦିନ ଦିନ ବୈଠକ ପରେ ଅପରାହ୍ନ ୪ ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ।

କଂଗ୍ରେସ ପ୍ରଭାରୀଙ୍କ ଗସ୍ତସୂଚୀରେ ମାନେ ଆସନ୍ତା ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାର ଲୋକଙ୍କ ଭେଟିବେ । ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ ଦଳର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *