ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ ହୋଇଯାଇଛି। ଅହମଦ ପଟେଲ୍ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ଚାଲିଥିଲା।

ଅହମଦ ପଟେଲଙ୍କ ପୁଅ ଫୈଜଲ୍ ପଟେଲ୍ ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କ ବାପା ଅହମଦ ପଟେଲଙ୍କ ଆଜି ସକାଳ ୩ଟା ୩୦ମିନିଟରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ଅହମଦ ପଟେଲଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଏହି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି।

ଫୈଜଲ୍ ପଟେଲ୍ ଟ୍ବିଟ୍ କରି କହିଛନ୍ତି ଯେ ସେ ଅତ୍ୟନ୍ତ ଦୁଃଖର ସହ ନିଜ ବାପା ଅହମଦ ପଟେଲଙ୍କ ଦୁଃଖଦ ଏବଂ ଅକାଳ ମୃତ୍ୟୁର ଘୋଷଣା କରିଛନ୍ତି। ଫୈଜଲ୍ ପଟେଲ୍ କହିଛନ୍ତି ଯେ ୨୫ତାରିଖ ସକାଳେ ୩.୩୦ରେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଛି।

ଫୈଜଲ୍ ପଟେଲ୍ କହିଛନ୍ତି ଯେ ପାଖାପାଖି ମାସେ ତଳେ ତାଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିଲେ। ଚିକତ୍ସା ସମୟରେ ତାଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ମଲଟି ଓର୍ଗାନ୍ ଫେଲୁୟରର ଶିକାର ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ହିଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

Leave a Reply

Your email address will not be published. Required fields are marked *