ବିଧାନସଭା ଆଗରେ ହାଇଡ୍ରାମା, ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଥିଲା।

ସଂପୃକ୍ତ ଦମ୍ପତ୍ତିଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ମିଳିନଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *