ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଗୌହାଟୀ, (ଓଡିଶା ଟାଇମ୍) : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଗୋଗୋଇ।

କରୋନା ଏବଂ ବହୁବିଧ ରୋଗରେ ପୀଡିତ ଗୋଗୋଇଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଥିଲା। ଯାହା ପରେ ତରୁଣ ଗୋଗୋଇଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲ।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ନେଇ ଆସାମର ସ୍ଵାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ସୂଚନା ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଯାଇ ପାରିନାହିଁ।

୨୦୦୧ ରୁ ୨୦୧୬ ପର୍ଯ୍ୟନ୍ତ ତରୁଣ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତରୁଣ ଗୋଗୋଇ ଅଲ ଇଣ୍ଡିଆ କଂଗ୍ରେସ (ଏ) କମିଟିର ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ସେ ୧୯୮୫-୧୯୯୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଧୀନରେ ଅଲ ଇଣ୍ଡିଆ କଂଗ୍ରେସ (ଏ) କମିଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୧-୧୯୯୬ ମସିହାରେ ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ବିଭାଗରେ ରାଜ୍ୟ ମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *