ଆଭ୍ୟନ୍ତରୀଣ ସଂସଦୀୟ ସଂଘ(ଆଇପିୟୁ)ର ଅଡିଟର ଭାବେ ନିର୍ବାଚିତ ହେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜେନେଭାସ୍ଥିତ ଆନ୍ତ-ସଂସଦୀୟ ୟୁନିଅନ (ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍)ର ବାହ୍ୟ ଅଡିଟର ଭାବରେ ମନୋନୀତ କରାଯାଇଛି। ଖୁବ୍ ଶୀଘ୍ର ମୁର୍ମୁ ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ।
ସେ ତିନି ବର୍ଷ ପାଇଁ ଏହି ଆନ୍ତର୍ଜାତିକ ସଂସ୍ଥାରେ କାର୍ୟ୍ୟ କରିବେ। ଗୁଜରାଟ ପାହ୍ୟାର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଫିସର ମୁର୍ମୁ ପ୍ରଥମ ଓଡ଼ିଆ ଭାବେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ବର୍ଷେ କାଯ୍ୟ କରିବା ପରେ ଗତ ଅଗଷ୍ଟରେ ଇସ୍ତଫା ଦେଇ ସିଏଜି ଭାବେ ଯୋଗ ଦେଇଥିଲେ।
ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ଗଣତାନ୍ତ୍ରିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଭାବେ କାର୍ୟ୍ୟ କରିଥାଏ।