୯୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁ ହାର ହାର ୧.୪୭%

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଆଉ ୪୫ହଜାର ୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ  ୪ ହଜାର ୩୬୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୫୮୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨ରେ ପହଞ୍ଚିଛି। ଦେଶରେ କରୋନା ମୃତ୍ୟୁ ହାର ହାର ୧.୪୭ ପ୍ରତିଶତ ରହିଛି।

ସେହିପରି ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରା​‌ନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୭୯୪​‌ ରହିଛି। ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୪.୯୩ ପ୍ରତିଶତ। ଗତ ୨୪ ଘଶ୍ଟା ମଧ୍ୟରେ ଆଉ ୪୪ ହଜାର ୮୦୭ ଜଣ ସୁସ୍ଥ ହେବା ସହ ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୮୪ ଲକ୍ଷ ୨୮ ହଜାର ୪୦୯କୁ ବୃଦ୍ଧି ପାଇଛି। ଦେଶରେ କରୋନା ଆରୋଗ୍ୟ ହାର ମଧ୍ୟ ୯୩.୬୦ ପ୍ରତିଶତକୁ ବୃଦ୍ଧି ପାଇଛି।

Leave a Reply

Your email address will not be published.