ଆଜି ବିହାରରେ ଗଠନ ହେବ ନୂଆ ସରକାର : ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର
ବିହାର, (ଓଡିଶା ଟାଇମ୍) :ଆଜି ବିହାରରେ ଗଠନ ହେବ ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଅପରାହ୍ନଣ ସାଢେ ୪ ଟାରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ।
ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପତପାଠ କରାଇବେ । ଗତକାଲି ବିହାରରେ ଏନ୍ଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ସରକାର ଗଠନ ପାଇଁ ଦାବି ଜଣାଇବା ପରେ ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଛି । ଆଜି ଅପରାହ୍ଣରେ ଅନୁଷ୍ଟିତ ହେବ ଶପଥ ଗ୍ରହଣ ସମାରୋହ ।
ତେବେ ମନ୍ତ୍ରିମଣ୍ଡଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ବିଜେପି ପାଖରେ ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍ ଏବଂ ଭିଆଇପି ନିକଟରେ ୪ଟି ଲେଖାଏଁ ଆସନ ରହିଛି। ତେଣୁ ମନ୍ତ୍ରୀମଣ୍ଡଳର ରୂପରେଖ କ’ଣ ହେବ, ବିଜେପିରୁ କିଏ ହେବ ଉପମୁଖ୍ୟମନ୍ତ୍ରୀ ତାଖୁ ନେଇ ଲାଗି ରହିଛି ସସ୍ ପେନ୍ସ ।
ମିଳିଥିବା ସୂଚନା ଅନୁଯାୟୀ ବିଜେପିର ୧୮ ଏବଂ ଜେଡିୟୁର ୧୨ ଜଣ ମନ୍ତ୍ରୀ ହୋଇପାରନ୍ତି । ଏହାସହ ଜିତନରାମ ମାଞ୍ଝୀ ଏବଂ ମୁକେଶ ମହନୀଙ୍କୁ ମନ୍ତ୍ରୀ କରାଯାଇପାରେ । ବିଧାନସଭା ଅଧ୍ୟକ୍ଷପଦ ବିଜେପି ନିକଟରେ ରହିବ । ତେବ ଆଜି ନୀତୀଶଙ୍କ ସହ ବିଜେପିର ୨ ଜଣ, ଜେଡିୟୁର ୨ ଜଣ, ହମ୍ ଏବଂ ଭିଆଇପିର ଜଣେ ଲେଖାଁଏ ମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ।