ନିର୍ବାଚନରେ ଟ୍ରମ୍ପଙ୍କୁ ମାତ୍ ଦେଲେ ଜୋ ବିଡେନ୍, ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି
ୱାସିଂଟନ, (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ଜୋ ବାଇଡ଼େନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ବାଇଡେନ୍ଙ୍କ ୨୭୩ଟି ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହେବେ ଉପରାଷ୍ଟ୍ରପତି। ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଦଳର ବିଜୟ ଲାଗି ଟ୍ରମ୍ପ କରିଥିବା ସମସ୍ତ ଦାବି ଭୁଲ ପ୍ରମାଣିତ ହୋଇଛି। ଏହା ସହ ଡେମୋକ୍ରାଟିକ ପ୍ରାର୍ଥୀ ବିଡେନଙ୍କ ହ୍ୱାଇଟ୍ ହାଉସ୍ ଯାତ୍ରା ଲକ୍ଷସ୍ଥଳରେ ପହଞ୍ଚିଥିବା ବେଳେ ଭାରତୀୟ ମୂଳର ରାଜନେତା କମଲା ହ୍ୟାରିସ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ରର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।