କଟକରେ ବାଣ ଦୋକାନୀଙ୍କୁ ଲାଇସେନ୍ସ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । ଚଳିତ ବର୍ଷ କାଳୀ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ୍ ସିଂ । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ ।

ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ ।

ଅନ୍ୟପଟେ ବାଣ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି ।

Leave a Reply

Your email address will not be published. Required fields are marked *