ଦୀପାବଳୀ ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳି ପରେ ସ୍କୁଲ ଖୋଲିବା ନେଇ କଳ୍ପନା ଜଳ୍ପନା ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ । ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ ସ୍ପଷ୍ଟ ହେବ। ଶ୍ରୀ ଦାସ କହିଛନ୍ତି, ସ୍କୁଲ ଖୋଲିବା ନେଇ CMO ଠିକ୍ ସମୟରେ ଠିକ୍ ସୂଚନା ଦେବେ। ବିଭାଗ ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ ହେବ।

ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟବାସୀ ଚିନ୍ତାରେ ଥିବାବେଳେ ସ୍କୁଲ ଖୋଲିବ ନା ନାହିଁ ସେନେଇ ମୁଖ୍ୟମନ୍ତ୍ରୀ କର ନିଷ୍ପତ୍ତି ନେଉଛନ୍ତି ତାହା ଅପେକ୍ଷାରତ ।

Leave a Reply

Your email address will not be published.