ଆଜି ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି । ଏଥିପାଇଁ ଦିଲ୍ଲୀର ରାଉଜ ଏଭେନ୍ୟ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ।

ଦିଲ୍ଲୀପ ରାୟଙ୍କୁ ଆଇନର ଧାରା ଅନୁସାରେ ରାୟ ଦେବେ ସ୍ବତନ୍ତ୍ର ଜଜ୍‌ ଭାରତ ପରାସର। କେବଳ ଦୀଲ୍ଲୀପ ରାଏ ନୁହନ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କୋଇଲା ଅଫିସର ପ୍ରଦୀପ କୁମାର ବାନାର୍ଜୀ, ନିତ୍ୟାନନ୍ଦ ଗୌତମ, କ୍ରାଷ୍ଟନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲ ମଧ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।

୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ଦିଲ୍ଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

Leave a Reply

Your email address will not be published.