ଡିସେମ୍ବରରୁ ନୂଆ ସଂସଦ ଭବନ ନିର୍ମାଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଖୁବ୍ ଶୀଘ୍ର ଆରମ୍ଭ ହେବ ନୂତନ ସଂସଦ ଭବନର ନିର୍ମାଣ କାର‌୍ୟ୍ୟ। ଡିସେମ୍ବର ଏହାର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ ଏବଂ ୨୦୨୨ ଅକ୍ଟୋବର ସୁଦ୍ଧା ସରିବ ବୋଲି ଅନୁମାନ କରାଯାଉଛି। ନୂତନ ଭବନରେ ଦୁଇଟି ସଦନରେ ୧୨୭୨ ସଦସ୍ୟ ବସିଲା ଭଳି ବ୍ୟବସ୍ଥା କରାଯିବ। ବର୍ତ୍ତମାନର ସଂସଦ ଭବନରେ ୭୮୮ ଜଣ ସଦସ୍ୟ ବସିଲା ଭଳି କ୍ଷମତା ରହିଛି।

ସୂଚନାନୁଯାୟୀ, ଟାଟା ପ୍ରୋଜେକ୍ଟସ ଲିମିଟେଡ ୮୬୧.୯୦ କୋଟିରେ ନୂତନ ସଂସଦ ଭବନ ନିର୍ମାଣ କରିବାକୁ ଯାଉଛି। ସଚିବାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ନୂତନ ସଂସଦ ଭବନରେ ଏକ ଗ୍ରାଣ୍ଡ ସମ୍ବିଧାନ ହଲ ନିର୍ମାଣ କରାଯିବ। ଏତଦ୍ ବ୍ୟତୀତ ସାଂସଦଙ୍କ ପାଇଁ ପୁସ୍ତକାଳୟ, ବିଭିନ୍ନ ସମିତିର କକ୍ଷ, ଖାଇବା ପିଇବା କକ୍ଷ, ପାର୍କିଂ ସ୍ଥାନ ନିର୍ମାଣ କରାଯିବ। ଏହି ତ୍ରିକୋଣୀୟ ସେଣ୍ଟ୍ରାଲ ୱିଷ୍ଟା ପ୍ରୋଜେକ୍ଟ ସରକାରଙ୍କ ମହତ୍ଵାକାଂକ୍ଷୀ ପ୍ରୋଜେକ୍ଟର ଏକ ଅଂଶ। ତେବେ ନୂତନ ଭବନର ନିର୍ମାଣ ପାଇଁ ଲୋକସଭାର ବାଚସ୍ପତି ଓମ୍ ବିଡଲାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ବୈଠକ ହୋଇଥିଲା।

ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଡିସେମ୍ବରରେ ସମ୍ଭାବିତ ଶିଳାନ୍ୟାସ ସମାରୋହ ହେବ। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ନିର୍ମାଣ କାର‌୍ୟ୍ୟର ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ। କେବଳ ସେତିକି ନୁହେଁ ନିର୍ମାଣ କାର‌୍ୟ୍ୟ ବେଳେ ବାୟୁ ଏବଂ ଧ୍ଵନି ପ୍ରଦୂଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ।

Leave a Reply

Your email address will not be published.