କରୋନାରୁ ସୁସ୍ଥ ହେଲେ ମୁଲାୟମ ସିଂହ ଯାଦବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସମାଜବାଦି ପାର୍ଟି ନେତା ମୁଲାୟମ ସିଂହ ଯାଦବ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ। କରୋନାରେ ସଂକ୍ରମଣ ହେବା ପରେ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି କରାଯାଇ ଥିଲା।

ସୂଚନାଯୋଗ୍ୟ ଅକ୍ଟୋବର ୧୪ରେ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। ତାହା ପରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ତେବେ ଏବେ ୧୫ ଦିନ ଦିଲ୍ଲୀରେ ରହିବା କଥାରୁ ସ୍ପଷ୍ଟ ହୋଇଯାଉଛି ଯେ ଉତ୍ତର ପ୍ରଦେଶ ବିଧାନସଭାରେ ୭ ଆସନରେ ହେବାକୁ ଥିବା ଉପନିର୍ବାଚନରେ ସେ ନିଜ ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ। ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ସତ୍ବେ ମଧ୍ୟ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇ ଥିଲା। ଏହିଭଳି ଜେଲରେ ଥିବା ଆଜାମ ଖାନଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇ ଥିଲା।

ମୁଲାୟମଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇ ନ ଥିଲା। ଏହା ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ୮୦ ବର୍ଷୀୟ ମୁଲାୟମ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଦୀର୍ଘ ଦିନ ହେବ ରାଜନୀତିରେ ସେତେଟା ସକ୍ରିୟ ନାହାନ୍ତି।

Leave a Reply

Your email address will not be published. Required fields are marked *