୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ, ଦିନକରେ ୫୭୯ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ     ଆଉ ୫୫,୭୨୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୦,୨୭୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ଆଉ ୫୭୯ଜଣଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୪,୬୧୦ରେ ପହଞ୍ଚିଛି।

ଦେଶରେ ୭,୭୨,୦୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ତେବେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୬,୬୩,୦୫୫କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୮୮ପ୍ରତିଶତ ଅତିକ୍ରମ କରିଥିବା ବେଳେ ମୃତ୍ୟୁହାର ୧.୫୨ ଭାଗକୁ ହ୍ରାସ ପାଇଛି।

Leave a Reply

Your email address will not be published.