ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ବଲାଙ୍ଗୀର, (ଓଡିଶା ଟାଇମ୍) : ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅଡ୍ଡା ତେଲ ନଦୀରୁ ମିଳିଛି ଆଞ୍ଚଲଙ୍କ ମୃତଦେହ । ଏବେ ବି ବଡ ଭଉଣୀ ଅନମୋଲ ଅଗ୍ରୱାଲ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ୍ ଉପରୁ ତେଲ ନଦୀକୁ ଦୁଇ ଭଉଣୀ ୨୨ ବର୍ଷ ବୟସ୍କା ଅନମୋଲ ଅଗ୍ରଓ୍ବାଲ ଓ ୧୯ ବର୍ଷ ବୟସ୍କ ଆଞ୍ଚଲ ଅଗ୍ରଓ୍ବାଲ ଡେଇଁ ପଡିଥିଲେ । ନିଖୋଜ ହେବା ଘଟଣାର ୭୨ ଘଣ୍ଟା ପରେ ସାନ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏଯାଏଁ ବଡ ଭଉଣୀଙ୍କ କୌଣସି ପତ୍ତା ମିଳିପାରିନାହିଁ ।

ସେପଟେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ବଡ ଭଉଣୀଙ୍କୁ ଖୋଜାଖୋଜି କରୁଛନ୍ତି । ସ୍କୁବା ଡାଇଭର, ଦୁଇ ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି କରୁଛନ୍ତି । ମାତ୍ର ଅନମୋଲଙ୍କର କୌଣସି ପତ୍ତା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *