ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ : ପୁଣି ଥରେ ଆରମ୍ଭ କଲେ ନିର୍ବାଚନ ଅଭିଯାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହେବା ସତ୍ବେ ନିଜ ଆଗାମୀ ପବ୍ଲିକ୍ ରାଲି ପାଇଁ ବିନା ମାସ୍କ ପିନ୍ଧି ବାହାରି ପଡ଼ିଛନ୍ତି। ହ୍ବାଇଡ ହାଉସ୍ ଡାକ୍ତରଙ୍କ ମୁତାବକ ଟ୍ରମ୍ପ ସୁସ୍ଥ ଅଛନ୍ତି ଏବଂ ତାଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି।

ଏହି ସମୟରେ ଟ୍ରମ୍ପଙ୍କ ଘରୋଇ ଚିକିତ୍ସକ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଜାରି କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଅନ୍ୟମାନଙ୍କ ପାଇଁ ସଂକ୍ରାମକ ନୁହେଁ।କରୋନାକୁ ମାତ୍ ଦେବା ପରେ ଏହା ତାଙ୍କ ପ୍ରଥମ ରାଲି ଯାହା ପାଇଁ ସେ ସୋମବାର ଫ୍ଲୋରିଡ଼ାକୁ ବିନା ମାସ୍କ ପିନ୍ଧି ବାହାରିଥିଲେ। ସେଠାରେ ତାଙ୍କ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ। ରାଲିରେ ମଧ୍ୟ ପ୍ରାୟ ଲୋକେ ମାସ୍କ ପିନ୍ଧି ନଥିଲେ।

ସେପଟେ ନିର୍ବାଚନ ସଭାକୁ ନେଇ ଆମେରିକାର ବିଶେଷଜ୍ଞ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି ଯେ ରାଲି ପାଇଁ ଏହା ସବୁଠୁ ଖରାପ ସମୟ।

Leave a Reply

Your email address will not be published.