ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ଘଟଣା: ମୋଟ୍ ୯ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ବର, (ଓଡିଶା ଟାଇମ୍) : ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣା ମାମଲାରେ ୨ ସୁପାରୀକିଲରଙ୍କୁ ତୁମୁଡିବନ୍ଧରୁ ଗିରଫ କରାଯାଇଛି। ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨ ସୁପାରୀକିଲର ହେଉଛନ୍ତି ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ। ଅପରାଧୀମାନଙ୍କୁ ଘରେ ରଖିବା ମାମଲାରେ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି। ଏହି ହତ୍ୟା ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଓ ପରେ ହେପାଜତରେ ଆଣି ପୁଲିସ ପଚରାଉଚରା କରିବ। ଦୋଷୀଙ୍କୁ ଦଣ୍ଡ ସହ ପୀଡ଼ିତ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ। ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଅଫିସରମାନଙ୍କୁ ମଧ୍ୟ ପୁଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି।