୨୪ଘଣ୍ଟାରେ ୬୬,୭୩୨କରୋନା ଆକ୍ରାନ୍ତ ଚିହ୍ନଟ, ୭୧,୫୫୯ଜଣ ସୁସ୍ଥ

ନୂଆଦିଲ୍ଲୀ,(ଓଡିଶା ଟାଇମ୍) : ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୬୬ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୧ ଲକ୍ଷ ପାର କରିଛି।  ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୭୧,୫୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧୬ଜଣଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୧,୨୦,୫୩୮ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୧୮୫୩ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୯୧୫୦କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୬୧୪୯୫୩୫ରେ ପହଞ୍ଚିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୬୬,୭୩୨ ନୂଆ ମାମଲା ସାମ୍ନାକୁ ଆସିଛି ଓ ୮୧୬ଜଣ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *