ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍ !

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକ୍ ଟକ୍ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ।

ତେବେ ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଅଶାଳୀନ ଓ ଅଶ୍ଳିଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣିନଥିଲା । ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ପାକିସ୍ତାନ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *