ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ହେଲେ ଅଧିକ, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୩୪୫୫

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଶ୍ଵସ୍ତକର ବିଷୟ ଏବେ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୩୪୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ତରଫରୁ ବୁଧବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି କଟକ ଜିଲ୍ଲାରୁ ୨୯୨, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ବାଲେଶ୍ଵରରୁ ୧୨୦, ସମ୍ବଲପୁରରୁ ୧୧୨, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରୁ ୯୯, ଜଗତସିଂହପୁରରୁ ୮୪, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧ ଓ ଦେବଗଡ ଜିଲ୍ଲାରୁ ୧୩ ଜଣ କରୋନା ମୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *