ଆସନ୍ତାକାଲି ୟୁପିଏସସି ପ୍ରିଲିମ୍‍ ପରୀକ୍ଷା : ଟ୍ଵିନ ସିଟିରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା କାଲି ୟୁପିଏସସି ପ୍ରିଲିମ୍‍ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟତ ପାଇଁ ଟ୍ଵିନ ସିଟିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ଟ୍ଵିନ୍ ସିଟିରେ ଚଳାଚଳ କରିବ ମୋ ବସ୍। ଆସନ୍ତାକାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ। ଏପରିକି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମୋ ବସ୍ ଚାଲିବ। ସେହିପରି କଟକରୁ ଅପରାହ୍ନ ୪ଟା ୫୦ ମିନିଟରୁ ୫ଟା ୩୫ ମିନିଟ୍ ମଧ୍ୟରେ ପ୍ରତି ୧୫ ମିନିଟ ବ୍ୟବଧାନରେ ମୋ ବସ ସେବା ଉପଲବ୍ଧ ହେବ।

ସେହିପରି କଟକର ୪୧ଟି କେନ୍ଦ୍ରରେ ଦୁଇଟି ସିଟିଂରେ ପ୍ରାୟ ୧୭ ହଜାର ପରୀକ୍ଷାର୍ଥୀ ୟୁପିଏସସି ପ୍ରିଲିମ ପରୀକ୍ଷା ଦେବେ। ସମସ୍ତ କେନ୍ଦ୍ରରେ ସୂଚାରୂରୂପେ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ଏହି ସ୍ୱତନ୍ତ୍ର ଟ୍ରେନର ସୁଯୋଗ ନେବାକୁ କୁହାଯାଇଛି।

Leave a Reply

Your email address will not be published.