ଆରପାରିରେ ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ରହିଥିଲେ।

ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *