ରାଜ୍ୟରେ ଚିହ୍ନଟ ହେଲେ ୪୧୮୯ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୫୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଓ ଗଜପତି ରୁ ସର୍ବନିମ୍ନ ୨। ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୫୦, ବରଗଡ଼ ୧୨୮, ଭଦ୍ରକ ୩୪, ବଲାଙ୍ଗୀର ୧୧୪, ବୌଦ୍ଧ ୭୭, କଟକ ୫୮୬, ଦେଓଗଡ଼ ୧୨, ଢେଙ୍କାନାଳ ୫୪, ଗଜପତି ୨, ଗଞ୍ଜାମ ୩୫, ଜଗତସିଂହପୁର ୧୦୪, ଯାଜପୁର ୧୮୭, ଝାରସୁଗୁଡ଼ା ୮୪, କଳାହାଣ୍ଡି ୧୦୫, କନ୍ଧମାଳ ୭୪, କେନ୍ଦ୍ରାପଡ଼ା ୧୨୬, କେନ୍ଦୁଝର ୩୩, କୋରାପୁଟ ୬୩, ମାଲକାନଗିରି ୭୨, ମୟୁରଭଞ୍ଜ ୧୭୪, ନବରଙ୍ଗପୁର ୭୫, ନୟାଗଡ଼ ୮୨, ନୂଆପଡ଼ା ୫୮, ପୁରୀ ୨୬୫, ରାୟଗଡ଼ା ୨୯, ସମ୍ବଲପୁର ୧୧୩, ସୋନପୁର ୯୦, ସୁନ୍ଦରଗଡ଼ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।