ମହାରାଷ୍ଟ୍ର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ
ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା । ପ୍ରଥମେ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୦ରେ ପହଞ୍ଚିଲାଣି । ଜନବସତି ମଧ୍ୟରେ ଥିବା ୩ ମହଲା କୋଠା ଭୁଶୁଡି ପଡିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଧ୍ୱଂସାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି । ଏନଡିଆରଏଫର ଦୁଇଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ କେଉଁ ପରିସ୍ଥିତିରେ ଏବଂ କିଭଳି ଏଭଳି ଅଭାବନୀୟ ଘଟଣା ଘଟିଲା, ସେ ସଂପର୍କରେ ଜଣାପଡିନାହିଁ । ସୂଚନାନୁସାରେ, ସକାଳ ୩ଟା ୪୫ ସମୟରେ ଲୋକମାନେ ଶୋଇଥିବା ସମୟରେ କୋଠାଟି ଭୁଶୁଡି ପଡିଥିଲା ।