ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଗତକାଲି ପ୍ରବଳ ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ବିବାଦୀୟ କୃଷକ ବିଲ ଗୃହୀତ ହୋଇଥିଲା। ବିଲକୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗରେ ହଙ୍ଗାମା କରିଥିଲେ।

Leave a Reply

Your email address will not be published.