ଓଡ଼ିଆ ଅଧିକାରୀ ସୀମାଚଳ ଦାଶ ଆଇଏମଏଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା

ଭୁବନେଶ୍ବର, (ଓଡିଶା ଟାଇମ୍) :  ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ସୀମାଞ୍ଚଳ ଦାସ । ଇଡ଼ିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ସୀମାଞ୍ଚଳ । ଅର୍ଥମନ୍ତ୍ରାଳୟରେ ମଧ୍ୟ ବିଭିନ୍ନ ଦାୟିତ୍ୱରେ ସୀମାଞ୍ଚଳ ରହିଛନ୍ତି । ୱାଶିଂଟନ ଡିସି ଆଇଏମଏଫ ମୁଖ୍ୟାଳୟରେ ନିଯୁକ୍ତି ପାଇଛନ୍ତି । ୩ବର୍ଷ ପାଇଁ ସୀମାଞ୍ଚଳକୁ ଏହି ଦାୟିତ୍ୱ ମିଳିଛି । ଏହାସହ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି ।

 

Leave a Reply

Your email address will not be published.