ରାଜ୍ୟରେ ମହାମାରୀ କୋରୋନା ନେଲା ୮ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) :   ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୮ ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲାର ୬୫ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାର ୫୫ବର୍ଷ ବୟସ୍କ ମୃତ ବ୍ୟକ୍ତିଙ୍କର ଡାଇବେଟିସ୍ ଜନିତ ସମସ୍ୟା ଥିଲା। କଟକ ଜିଲ୍ଲାର ୫୦ବର୍ଷ ବୟସ୍କ ମୃତ ପୁରୁଷଙ୍କ ଡାଇବେଟିସ୍ ଏବଂ ମେଦବହୁଳତା ସମସ୍ୟା ରହିଥିବାବେଳେ ଅନ୍ୟ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲାର ୫୨ବର୍ଷ ବୟସ୍କା ମୃତ ମହିଳାଙ୍କ ଡାଇବେଟିସ୍ ସମସ୍ୟା ଥିଲା। ରାୟଗଡ଼ା ଜିଲ୍ଲାର ୫୦ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲାର ୫୧ବର୍ଷ ପୁରୁଷଙ୍କ ଏଥିରେ ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୭୦ବର୍ଷ ବୟସ୍କ ମୃତ ପୁରୁଷଙ୍କ ଡାଇବେଟିସ୍ ଏବଂ ହାଇପରଟେନସନ ସମସ୍ୟା ଥିଲା। 

Leave a Reply

Your email address will not be published.