ରାଜ୍ୟପାଳଙ୍କୁ ଭେଟିବା ପରେ କଙ୍ଗନା କହିଲେ ‘ନ୍ୟାୟ ପାଇଁ ମୁଁ ପୂରା ଆଶାବାଦୀ’
ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ସହ ଆଲୋଚନା କରିଛନ୍ତି। ସିକ୍ୟୁରିଟି ସହ କଙ୍ଗନା ରାଜଭବନ ଯାଇଥିଲେ। ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ ସେ ନିଜ ପକ୍ଷ ରଖିଛନ୍ତି।
ତାଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେସବୁ ସେ ରାଜ୍ୟପାଳଙ୍କ ସାମ୍ନାରେ ରଖିଥିବା କହିଛନ୍ତି। ତେବେ ଏନେଇ ତାଙ୍କୁ ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଅଫିସ ଭଙ୍ଗାଯିବା ପରେ ତାଙ୍କ ବିରୋଧରେ କ୍ରମାଗତ ଅଜବ ପ୍ରକାର ବୟାନ ଦିଆଯାଉଛି। ରାଜ୍ୟପାଳଙ୍କୁ ଭେଟିବା ପରେ ତାଙ୍କୁ ନ୍ୟାୟ ମିଳିବା ଦିଗରେ ସେ ପୂରା ଆଶାବାଦୀ ଅଛନ୍ତି।
ପ୍ରଥମେ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ କଙ୍ଗନାଙ୍କ ଅଫିସ୍ ଭଙ୍ଗାରୁଜା ବାବଦରେ ରାଜ୍ୟପାଳଙ୍କୁ ଜଣାଇଥିଲେ। ଏହା ସହ କଙ୍ଗନାଙ୍କୁ ସହାୟତା ରାଶି ମଧ୍ୟ ରାମଦାସ କଙ୍ଗନାଙ୍କ ପାଇଁ ଦାବି କରିଥିଲେ। ବିଏମସିର କାର୍ଯ୍ୟାନୁଷ୍ଠାନ ଭୁଲ ଓ ତାଙ୍କୁ ନ୍ୟାୟ ମିଳିବା ଦରକାର କହିଥିଲେ ରାମଦାସ।