ଭିଜିଲାନ୍ସ ଜାଲରେ ଫାୟାର ଅଫିସର

ଭୁବନେଶ୍ବର, (ଓଡିଶା ଟାଇମ୍) :  ଭିଜିଲାନ୍ସ ହାତରେ ଗୁରୁବାର ବରଗଡ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଧରାପଡିଛନ୍ତି। ୧୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ସେ ଗିରଫ ହୋଇଛନ୍ତି ।

ବରଗଡ଼ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗାଁର ହୃଷିକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍‌ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ କରାଇଦେବା ଲାଗି ୧୨୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍‌ ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି ।

 

Leave a Reply

Your email address will not be published.