ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୯୮୦ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୯୦,୩୩୧କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ କରି ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ କଟକ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ସର୍ବାଧିକ ୬୫୪ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସଂକ୍ରମଣରେ ନୂତନ ରେକର୍ଡ କରୁଥିବା ଖୋର୍ଦ୍ଧା ଜିଲ୍ଲାରେ ୨୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଗଞ୍ଜାମ ଜିଲ୍ଲାରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ଵଲପୁରରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡରୁ ୧୧୪, ପୁରୀରୁ ୧୧୪, ବାଲେଶ୍ଵରରୁ ୧୧୧, କୋରାପୁଟରୁ ୧୦୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *