‘ମନ କି ବାତ’ରେ ଦେଶବାସୀଙ୍କୁ କ’ଣ କହିଲେ ମୋଦି, ପଢନ୍ତୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କୁ ‘ମନକି ବାତ’ରେ ସମ୍ବୋଧନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ପିଲାମାନଙ୍କ ଖେଳନା ଏବଂ ସେଥିରେ ଜଡିତ ମନୋବିଜ୍ଞାନ ସମ୍ପର୍କରେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ଏବେ ସମୟ ଆସି ଯାଇଛି ଯେ ଭାରତ ତା’ର ଖେଳନା ନିଜେ ତିଆରି କରୁ । ଯାହାର ଥିମ୍ ବି ଭାରତୀୟ ରହିବ । ସେ ଖେଳନା ଉପରେ ଆଲୋଚନା କରିବା ସଙ୍ଗେସଙ୍ଗେ ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଉପରେ ଚର୍ଚ୍ଚା କରିଥିଲେ । ଖେଳନା ଏପରି ହେବା ଦରକାର ଯାହା ଛୁଆଙ୍କ ପିଲାଦିନକୁ ବାହାରକୁ ଆଣିପାରିବ । ପିଲାମାନେ ତାକୁ ବିକଶିତ କରିବା ପାଇଁ ନିଜ ଭିତରେ ସୃଜନାତ୍ମକତାର ବିକାଶ କରିପାରିବେ ।
ଆମ ଦେଶରେ ସ୍ଥାନୀୟ ଖେଳନାର ସମୃଦ୍ଧ ପରମ୍ପରା ରହିଛି । ବହୁ ପ୍ରତିଭାଶାଳୀ ଓ କୁଶଳୀ କାରିଗର ମଧ୍ୟ ରହିଛନ୍ତି, ଯେଉଁମାନେ ଭଲ ଖେଳନା ତିଆରି କରିବାରେ ମହାରଥ ହାସଲ କରିଛନ୍ତି । କର୍ଣ୍ଣାଟକର ରାମନଗରରେ ଚନ୍ନାପଟନା, ଆନ୍ଧ୍ରପ୍ରଦେଶର କୃଷ୍ଣାରେ କୋଡାପଲ୍ଲୀ ଆଦି ଅଞ୍ଚଳ ଟଏ୍ (ଖେଳନା) କ୍ଲଷ୍ଟର୍ସ ଭାବେ ବିକଶିତ ହେଉଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ଲୋବାଲ୍ ଟଏ ଇଣ୍ଡଷ୍ଟ୍ରି ୭ ଲକ୍ଷରୁ ବି ଅଧିକ ରହିଛି । ଏହା ଏତେ ବଡ କାରବାର ହୋଇଥିଲେ ମଧ୍ୟ ଏଥିରେ ଭାରତର ଅଂଶ ଖୁବ୍ କମ୍ । ଆମକୁ ଏଥିରେ ଭାଗିଦରୀ ବଢାଇବାକୁ ପଡିବ ।
ଏହାବ୍ୟତିତ ‘ମନ କି ବାତ’ରେ ମୋଦି କମ୍ପ୍ୟୁଟର ଗେମ୍ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ଏବେକା ସମୟରେ କମ୍ପ୍ୟୁଟର ଗେମର ବହୁ ଟ୍ରେଣ୍ଡ ରହିଛି । ହେଲେ ଏଥିରେ ଯେତେବି ଗେମ୍ ରହିଛି, ସବୁଥିରେ ବାହାରର ଥିମ୍ ରହିଛି ।
ଆମ ଦେଶରେ ବହୁତ ଜ୍ଞାନ ଓ କନସ୍ପେଟ୍ ରହିଛି । ମୁଁ ଦେଶର ଯୁବବର୍ଗଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଭାରତରେ ଏବଂ ଭାରତର ଗେମ୍ସ ବନାନ୍ତୁ । ଏପରିକି ଲୋକାଲ୍ ଖେଳନା ପାଇଁ ଭୋକାଲ୍ ବନନ୍ତୁ ବୋଲି ମୋଦି ପ୍ରକାଶ କରିଛନ୍ତି ।