ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ସରକାରୀ ସାକ୍ଷୀ ହୋଇପାରନ୍ତି ସିଦ୍ଧାର୍ଥ ଓ ଦିପେଶ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏବେ ଏହି ମାମଲାରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନି ଓ ଦିପେଶ ସାୱନ୍ତ ସରକାରୀ ସାକ୍ଷୀ ଭାବେ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
ଗତ ଶୁକ୍ରବାର ଦିନ ସିବିଆଇ ଟିମ୍ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ହାଉସ୍ ମାନେଜର ସାମୁଏଲ୍ ମିରାଣ୍ଡା, ରୋଷେୟା ନିରଜ, ଦୀପେଶ ସାୱନ୍ତ ଓ କେଶବକୁ ମଧ୍ୟ ପଚରା ଉଚରା କରିଛି ।
ଏଭଳି ସମୟରେ ସିଦ୍ଧାର୍ଥ ପିଠାନି ଓ ଦିପେଶ ସାୱନ୍ତ ସରକାରୀ ସାକ୍ଷୀ ହେବା ପାଇଁ ସିବିଆଇକୁ ଅନୁରୋଧ କରିଥିବା ସୂଚନା ମିଳିଛି ।
ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିବିଆଇ ଟିମ୍ ସିଦ୍ଧାର୍ଥ ପିଠାନିକୁ ଜେରା କରିବା ପରେ କାଲିଠାରୁ ଡିଆରଡିଓ ଗେଷ୍ଟ ହାଉସରୁ ନେଇକି ମୁମ୍ବାଇ ସ୍ଥିତ ହେଡ କ୍ୱାଟରରେ ରଖିଛି ।
ସିବିଆଇ ଟିମ୍ ଗତକାଲି ରିୟାଙ୍କୁ ପ୍ରଥମ ଥର ପାଇଁ ଜେରା କରିଛି । ଏହି ମାମଲାରେ ପଚରା ଉଚରା ପାଇଁ ସିବିଆଇ ଟିମ୍ ମୋଟ୍ ୩ଟି ଟିମ୍ ପ୍ରସ୍ତୁତ କରିଥିବା ସୁତ୍ରରୁ ପ୍ରକାଶ ।
ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଏନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ପରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।