ଆତଙ୍କବାଦ କ୍ୟାନସର ଭଳି; ମହାମାରୀ ପରି ସମସ୍ତଙ୍କୁ ପ୍ରଭାବିତ କରିବ ବୋଲି କହିଲେ ଜୟଶଙ୍କର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଆତଙ୍କବାଦ ଏକ କ୍ୟାନସର ଭଳି ହୋଇଥିବା ବେଳେ ଏହା ମହାମାରୀ ପରି ସମସ୍ତଙ୍କୁ ପ୍ରଭାବିତ କରିବ ବୋଲି ଶୁକ୍ରବାର ଦିନ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର । ଯେପରି କି ବିଶ୍ୱ ମହାମାରୀ ସମ୍ପୂର୍ଣ୍ଣ ମାନବତାକୁ ପ୍ରଭାବିତ କରିଥାଏ ।

ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶୁକ୍ରବାର ଦିନ ଦ ଏନର୍ଜି ଆଣ୍ଡ ରିର୍ସୋସ ଇନଷ୍ଟିଚ୍ୟୁଟ୍ (ଟିଇଆରଆଇ)ରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି ।

ଆହୁରି ମଧ୍ୟ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିବା ସହ କହିଛନ୍ତି ଯେ ଯିଏ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରୁଛି ଓ ସେମାନଙ୍କୁ ଅନ୍ୟ ଦେଶକୁ ପଠାଇବାର କାମ କରୁଛି, ଏବେ ସିଏ ନିଜେକୁ ଆତଙ୍କବାଦ ଦ୍ୱାରା ପିଡିତ ବୋଲି ଦେଖେଇ ହେବା ପାଇଁ ଚାହୁଁଛି ।

ଆତଙ୍କବାଦକୁ ସହାୟତା ବନ୍ଦ କରିବା ଲାଗି ବିଶ୍ୱ ସ୍ତରରେ ଆବଶ୍ୟକୀୟ ମେକାନିଜିମ୍ ଗ୍ରହଣ କରିବାକୁ ପଡିବ । ଆନ୍ତର୍ଜାତୀୟ ଚାପ କାରଣରୁ ଆତଙ୍କବାଦୀ ସଙ୍ଗଠନ ଓ ତଦଜନିତ ଅପରାଧିକ କାର୍ଯ୍ୟକଳାପକୁ ସମର୍ଥନ ଓ ପ୍ରଶିକ୍ଷଣ ଓ ନିର୍ଦ୍ଦେଶ ଦେଉଥିବା ଏକ ଦେଶ ଅନିଚ୍ଛା ସତ୍ୱେ ଆତଙ୍କବାଦୀ ମାନେ ଉପସ୍ଥିତ ରହିଥିବା ସ୍ୱିକାର କରିଥିଲା ।

ସୂଚନାଯୋଗ୍ୟ, ନିକଟରେ ବିତ୍ତୀୟ ପ୍ରତିବନ୍ଧରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସରକାର ୮୮ ଆତଙ୍କୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯେଉଁଥିରେ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମ୍ ପାକିସ୍ତାନର କରାଚିରେ ଥିବା ନେଇ ମାନିଥିଲା ପାକିସ୍ତାନ ସରକାର । ଯଦିଓ ପାକିସ୍ତାନ ଏନେଇ ବହୁବର୍ଷ ଧରି ଏହି କଥାକୁ ଅଗ୍ରାହ୍ୟ କରୁଥିଲା ।

ଆତଙ୍କୀ ସଙ୍ଗଠନ ଓ ସେମାନଙ୍କର ସମ୍ପତ୍ତି ବ୍ୟାଜାପ୍ତି କରିବା ସହିତ ତାଙ୍କର ବ୍ୟାଙ୍କ ଖାତାକୁ ସିଲ୍ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତ ୨୦୧୮ ମସିହା ଜୁନରେ ଏଫଟିଏଫ୍ ଟିମ୍ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇଥିଲା । ଏହାଛଡା ଇସଲାମବାଦ୍ କୁ ୨୦୧୯ ମସିହାର ଶେଷ ସୁଦ୍ଧା କାର୍ଯ୍ୟଯୋଜନା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା ।

ତେବେ ପାକିସ୍ତାନୀ ସମାଚାର ପତ୍ର ‘ଦ ନ୍ୟୁଜ’ର ଖବର ମୁତାବକ ପାକିସ୍ତାନ ସରକାର ନିକଟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ଦ୍ୱାରା ଜାରି ନୂଆ ସୂଚୀର ଅନୁପାଳନ କରି ଆତଙ୍କବାଦୀ ସମୁହର ୮୮ ସଙ୍ଗଠନ ଓ ସଦସ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ।

Leave a Reply

Your email address will not be published.