କରୋନା ପାଇଁ ହ୍ରାସ ପାଇଛି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ୪୧ ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।
ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଏସଟି ସଂଗ୍ରହରେ ୨.୩୫ କୋଟି ଟଙ୍କା ହ୍ରାସ ପାଇଛି । ଯେଉଁଥିରୁ ଗୋଟିଏ ୯୭ ହଜାର କୋଟି ଟଙ୍କା ଜିଏସଟି କାର୍ଯ୍ୟକାରିତା ଏବଂ ଆଉ ବାକି କରୋନା ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ମଧ୍ୟ ଚଳିତ ବର୍ଷ କରୋନା ଭାଇରସ ମହାମାରୀ କାରଣ ଯୋଗୁଁ ଜିଏସଟି ସଂଗ୍ରହ ଖୁବ୍ ପ୍ରଭାବିତ ହୋଇଛି । ଜିଏସଟି କ୍ଷତିପୂରଣ ଆଇନ ଅନୁଯାୟୀ ରାଜ୍ୟକୁ କ୍ଷତିପୂରଣ ଦିଆଯିବା ଉଚିତ୍ । କେନ୍ଦ୍ର ସରକାର ୨୦୧୯-୨୦ ଆଇର୍ୀକ ବର୍ଷରେ ଜିଏସଟି କ୍ଷତିପୂରଣ ବାବଦରେ ୧.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଜାରି କରିଛି । ତନ୍ମଧ୍ୟରେ ମାର୍ଚ୍ଚରେ ୧୩,୮୦୬ କୋଟି ଟଙ୍କା ସାମିଲ ରହିଛି ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ।

ଏହି ଅବସରରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏବେ ରାଜ୍ୟ ପାଖରେ ଦୁଇଟି ବିକଳ୍ପ ରହିଛି । କେନ୍ଦ୍ର ନିଜେ ଋଣ ନେଇକି ରାଜ୍ୟକୁ ସହାୟତା କରନ୍ତୁ ନଚେତ୍ କେନ୍ଦ୍ରୀୟ ବ୍ୟାଙ୍କରୁ ଉଧାରି ନିଅନ୍ତୁ । ଏଥିସହିତ ଆସନ୍ତା ୭ ଦିନ ଭିତରେ ନିଜର ବିକଳ୍ପ ବାଛିବାକୁ ରାଜ୍ୟ ଗୁଡିକୁ କୁହାଯାଇଛି । ୭ ଦିନ ପରେ ପୁଣି ଏକ ସଂକ୍ଷିପ୍ତ ବୈଠକ କରାଯିବ ।

ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବିକଳ୍ପ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହେଲା ପରେ ଯାଇ ସେ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *