Latest MUST READ ଫିଚର ବର୍ତମାନ ଉପରମୁଣ୍ଡରେ ଲଗାଣ ବର୍ଷା, ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ ଦେଇ ଜଳ ନିଷ୍କାସନ Odisha Time August 27, 2020 ସମ୍ୱଲପୁର, (ଓଡିଶା ଟାଇମ୍) : ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ ଆଜି ଖୋଲାଯାଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୦ ଫୁଟ ରହିଛି । ଡ୍ୟାମକୁ ୩ଲକ୍ଷ ୬୩ହଜାର ୪୭୧ କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩ ଲକ୍ଷ ୬୩ ହଜାର ୪୭୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୨ଟି ଗେଟ ଦେଇ ସେକେଣ୍ଡ ପ୍ରତି ୧ ଲକ୍ଷରୁ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୨୦.୦୦ ଫୁଟ ରହିଥିବାବେଳେ ପୁଣି ଜଳସ୍ତର ବୃଦ୍ଧି ପାଇଲେ ଆହୁରି ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାନୁସାରେ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।