ପ୍ରଥମରୁ ଦ୍ବାଦଶ ୩୦ ପ୍ରତିଶତ ସିଲାବସ କମିଲା : ସମୀର ରଞ୍ଜନ ଦାଶ

ଭୁବନେଶ୍ବର, (ଓଡିଶା ଟାଇମ୍) :  କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ କମାଇ ଦିଆଯାଇଛି । କୋଭିଡ଼ ପାଇଁ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସ୍ ହ୍ରାସ ଘୋଷଣା କରାଯାଇଛି । 

ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେବେ ସ୍କୁଲ ଖୋଲିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ। ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦ ପ୍ରତିଶତ ପାଠ୍ୟକ୍ରମ ବା​‌ ସିଲାବସ ହ୍ରାସ କରିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ସିଲାବସ ହ୍ରାସ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 

Leave a Reply

Your email address will not be published.