ନିଷ୍ପତ୍ତି ବଦଳାଇଲେ କଟକ ଜିଲ୍ଲାପାଳ,କେବଳ ମଣ୍ଡପରେ ପୂଜା ପାଇବେ ମା’ ଦଶଭୂଜା
କଟକ, (ଓଡିଶା ଟାଇମ୍) : କଟକରେ ଦୁର୍ଗାପୂଜାକୁ ନେଇ ବଢିଲା ଆଶା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ବାଗତ କରିଛନ୍ତି ।
ସେପଟେ କେବଳ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ କେବଳ ପୂଜା ପଣ୍ଡାଲ ଉପରେ ହିଁ ଆୟୋଜନ ହେବ, ଆଉ ସବୁଠାରୁ ବଡ଼କଥା ହେଲା କି, ଏଥର ପୂଜା ହେବ କିନ୍ତୁ ବିନାଭକ୍ତରେ । କାରଣ କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟି ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ଏପରିକି ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ବିନା ଭକ୍ତରେ ପୂଜାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ । କାରଣ ବର୍ତ୍ତମାନ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖିଲେ କେବଳ ମଣ୍ଡପ ଏବଂ ନିଜ ନିଜ ଘରେ ପୂଜାର ଆୟୋଜନ ପାଇଁ ଅନୁମତି ଦିଆଯିବ । କରୋନା ସଂକ୍ରମଣ ରୋକିବାକୁ ଭିଡ଼କୁ ପ୍ରଶୟ ଦିଆଯିବ ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।