୨୦୧୯ରେ ବନ୍ଦ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ ଛପା!

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୨୦୧୯-୨୦ ଆର୍ଥୀକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇନାହିଁ । ଆରବିଆଇ ପକ୍ଷରୁ ୨୦୧୯-୨୦ ଆର୍ଥୀକ ବର୍ଷର ରିପୋର୍ଟରେ ଦର୍ଶାଇଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୮ ମସିହାରୁ ୨୦୨୦ ମସିହା ମଧ୍ୟରେ ୫୦୦ ଓ ୨୦୦ ଟଙ୍କୀଆ ନୋଟ୍ ର ଅଧିକ ପ୍ରଚଳନ ହେଉଥିବା ଦେଖିବାକୁ ମିଳିଛି । ମୂଲ୍ୟ ଓ ପରିମାଣ ହିସାବରେ ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ପ୍ରସାର ବଢୁଛି ।

ସେହିପରି ୨୦୧୯-୨୦ରେ ୨୦୦୦ ଟଙ୍କିଆ ନୋଟ୍ ର ମୁଦ୍ରଣ ପାଇଁ ଅର୍ଡର ଦିଆ ଯାଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ ତଥା ବିଆରବିଏନଏମପିଏଲ୍ କିମ୍ବା ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ତଥା ଏସପିଏମ୍ସିଆଇଏଲ୍ ଗତ ବର୍ଷ ୨୦୦୦ ଟଙ୍କିଆର କୌଣସି ନୂଆ ନୋଟ୍ ର ଆପୂର୍ତ୍ତି କରାଯାଇ ନାହିଁ ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ୨୦୧୯-୨୯ ବର୍ଷରେ ଗତ ବର୍ଷ ତୁଳନାରେ ବ୍ୟାଙ୍କ ନୋଟ୍ ଲାଗି ଅର୍ଡର ୧୩.୧ ପ୍ରତିଶତ କମ୍ ରହିଥିଲା । ଯାହାର ମୁଖ୍ୟ କାରଣ କରୋନା ଭାଇରସ୍ ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ କୁହାଯାଉଛି ।

ଆହୁରି ମଧ୍ୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ୨୦୧୮ ମସିହା ମାର୍ଚ୍ଚ ବେଳକୁ ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା ଦେଶବ୍ୟାପୀ ୩୩,୬୩୨ ଲକ୍ଷ ଟଙ୍କା ଥିଲା । ଯାହା ୨୦୧୯ ମସିହା ମାର୍ଚ୍ଚ ବେଳକୁ ୩୨,୯୧୦ ଲକ୍ଷକୁ ଖସି ଆସିଥିଲା ।

ସେହିପରି ୨୦୨୦ ମସିହା ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ପୁଣି ଖସି ୨୭,୩୯୮ ଲକ୍ଷକୁ ଖସିଥିଲା । ଏପରିକି ଦେଶରେ ମୋଟ୍ ୨୦୦୦ ଟଙ୍କିଆ ନୋଟ୍ ଅଂଶରେ ହ୍ରାସ ପାଇ ୨୦୨୦ ମସିହା ମାର୍ଚ୍ଚ ବେଳକୁ ୨.୪ ପ୍ରତିଶତ କମିଛି।

 

Leave a Reply

Your email address will not be published.