କେବେ ସରିବ କରୋନା ଭାଇରସ୍; ଏମିତି ଉତ୍ତର ରଖିଲେ ଡବ୍ଲୁଏଚଓ ମୁଖ୍ୟ
ଜେନେଭା, (ଓଡିଶା ଟାଇମ୍): ପାଖାପାଖି ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଦୁନିଆରୁ କରୋନା ଭାଇରସ୍ ଶେଷ ହେବ ବୋଲି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡରୋସ୍ ଅଧାନୋମ୍ ଘେବ୍ରେସସ୍ କହିଛନ୍ତି ।
ଡବ୍ଲୁଏଚଓ ମୁଖ୍ୟଙ୍କ କହିବାନୁଯାୟୀ ୧୯୧୮ ମସିହାର ମହାମାରୀ ସ୍ପାନିଶ୍ ଫ୍ଲୁ ଠାରୁ କମ୍ ସମୟ ମଧ୍ୟରେ କୋଭିଡ-୧୯ ଭାଇରସ୍ ଦୁନିଆରୁ ଦୂରେଇ ଯିବ । ଜେନେଭା ସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି “ଆମେ ଆଶା କରୁଛୁ ଯେ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ମହାମାରୀ ଶେଷ ହୋଇଯିବ” ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୧୮ ମସିହାରେ ବ୍ୟାପିଥିବା ମହାମାରୀ ସ୍ପାନିଶ ଠାରୁ କମ୍ ସମୟରେ କରୋନା ସମାପ୍ତ ହୋଇଯିବ” ।
ସେ ସମୟ ତୁଳନାରେ ଆଜି ଦେଶ ଅଗ୍ରଗତି କରୁଛି ଏବଂ ଆମେ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଆଗୁଆ ରହିଛୁ । ଯାହା ଆମ ପାଇଁ ଲାଭଦାୟକ ହେବ ।
ଆହୁରି ମଧ୍ୟ “ଆମ ପାଖରେ ଅତିରିକ୍ତ ସଂସାଧନ ଭଳି ଭ୍ୟାକସିନ୍ ରହିଛି, ଯାହା ଫଳରେ ମୋତେ ଲାଗୁଛି ଯେ କରୋନାଭାଇରସ ୧୯୧୮ ମସିହାରେ ବ୍ୟାପିଥିବା ମହାମାରୀ ଠାରୁ କମ୍ ସମୟରେ ବିନାଶ କରିବାରେ ସଫଳ ହେବୁ” ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଏବେ ଭାରତ ବିଶ୍ଵରେ ୩ୟ କରୋନା ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି। ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨,୯୪୯,୨୩୪ରେ ରହିଛି।
ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୭ ଲକ୍ଷ ୯୯ ହଜାର ୨୪୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।