ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା
ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧, ଭୁବନେଶ୍ୱରରୁ ୨,କୋରାପୁଟ ଜିଲ୍ଲାରୁ ୧, ନୟାଗଡ ଜିଲ୍ଲାରୁ ୧, ସୋନପୁର ଜିଲ୍ଲାରୁ ୧ ଏବଂ ଗଞ୍ଜାମ ଜିଲ୍ଲାରୁ ୪ ଜଣ ରହିଛନ୍ତି ।
ଅନୁଗୁଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତି ରହିଛନ୍ତି । ଯିଏକି ଡାଇମେଟିସରେ ପିଡିତ ଥିଲେ । ଭୁବନେଶ୍ୱରରୁ ଜଣେ ୭୦ ବର୍ଷୀୟ ପୁରୁଷ ଓ ୫୮ ବର୍ଷୀୟ ମହିଳା ରହିଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ୪୨ ଓ ୭୦ ବର୍ଷୀୟ ପୁରୁଷ ଏବଂ ୫୦ ଓ ୫୯ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
କୋରାପୁଟ ଜିଲ୍ଲାରୁ ଜଣେ ୩୫ ବର୍ଷ ବୟସ୍କ ମହିଳା ରହିଛନ୍ତି । ନୟାଗଡ ଜିଲ୍ଲାର ଜଣେ ୬୧ ବର୍ଷୀୟ ପୁରୁଷ ଓ ସୋନପୁର ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି ।