ମାରୁତି-୮୦୦କୁ ନେଇ କାହିଁକି ଇମୋସନାଲ୍ ହେଲେ ତେନ୍ଦୁଲକର
ମୁମ୍ବାଇ, (ଓଡିଶା ଟାଇମ୍): ଦିଗଜ୍ ଭାତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପାଖରେ ବିଏଡବ୍ଲୁ୍ୟ, ଫରାରୀ, ନିସାନ ଜିଟି ଓ ଅନେକ ମହଙ୍ଗା ଗାଡି ମଧ୍ୟ ରହିଛି ।
ଗାଡି ପ୍ରତି ଦୁର୍ବଳତା ଥିବା ସଚିନଙ୍କର ପ୍ରଥମ ଗାଡି ହେଉଛି ମାରୁତି-୮୦୦ । ଯାହାକୁ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ପାରିନାହଁନ୍ତି ।
ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ମୁଦିତ ଦାନୀଙ୍କ ସହ ଏକ ଶୋରେ ନଜର ଆସିଥିବା ବେଳେ ସେ ସେଠାରେ ନିଜର ପୁରୁଣା କାରକୁ ମନେ ପକାଇଥିଲେ ।
ଏପରିକି ଭାବ ବିହ୍ୱଳ ହୋଇ ସେହି ଗାଡିକୁ ଯିଏ କିଣିଛନ୍ତି ସେ ତାଙ୍କ ସହ ସମ୍ପର୍କ କରିବା ପାଇଁ ଅପିଲ୍ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ “ମୋର ପ୍ରଥମ କାର୍ ମାରୁତି-୮୦୦ ଥିଲା । ଦୁଭାଗ୍ୟବଶତଃ ସେହି କାରଟି ଏବେ ମୋ ପାଖରେ ନାହିଁ । ସେହି ଗାଡି ମୋ ପାଖକୁ ଆସିଗଲେ ମୋତେ ବହୁତ ଭଲ ଲାଗିବ । ଯଦି କାହା ପାଖରେ ମୋର ଏହି ଗାଡି ଥାଏ, ତାହେଲେ ସେମାନେ ମୋ ସହ ସମ୍ପର୍କ କରନ୍ତୁ” ।