ରାଜ୍ୟରେ ଆହୁରି ୨ ଦିନ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆହୁରି ୨ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

ସେହିପରି ଅନେକ ସ୍ଥାନରେ ବନ୍ୟାଭଳି ସ୍ଥିତି ରହିଛି । ବର୍ଷା ଅହୁରି ୨ ଦିନ ହେବ ବୋଲି ଜଣାପଡିଛି । ଆସନ୍ତା ୨୪ ଘଣ୍ଟା ପାଇଁ ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ଝାରସୁଗୁଡା, ନୂଆପଡା, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, ମାଲକାନଗିରିରେ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ଅଂଚଳ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଦେଓଗଡ଼, ତେଲକୋଇଠୁ ଆରମ୍ଭ କରି ଭଦ୍ରକ ଢ଼େଙ୍କାନାଳ ପର୍ଯ୍ୟନ୍ତ ସବୁଠି ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି ।

Leave a Reply

Your email address will not be published.