କେମିତି ଥିଲା କ୍ୟାପଟେନ୍ କୁଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର, ପଢନ୍ତୁ
ଭୁବନେଶ୍ୱର, (ଓଡିଶା ଟାଇମ୍): ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କିକ୍ରେଟରୁ ଅବସର ନେଇ ଯାଇଛନ୍ତି । ନିଜ ହେୟାର ଷ୍ଟାଇଲ୍ ଓ ହେଲିକପ୍ଟର ସର୍ଟ ପାଇଁ ସେ ଖୁବ୍ ପରିଚିତ ।
ଗତ ଶନିବାର ତଥା ଅଗଷ୍ଟ ୧୫ ତାରିଖ ରାତି ୭ଟା ୨୯ମି.ରେ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କିକ୍ରେଟକୁ ବାଏ ବାଏ କରି ଦେଇଛନ୍ତି । ଯାହା ଫଳରେ ଧୋନୀ ଭାରତ ପାଇଁ ଆଉ ନୀଳ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ ନାହିଁ । ଅନ୍ତର୍ଜାତୀୟ କିକ୍ରେଟରେ କ୍ରମାଗତ ୧୫ ବର୍ଷ ଯାଏଁ ସିକ୍ରୟ ଭାବେ ଖେଳିବା ପରେ ପରିଶେଷରେ ଅବସର ଘୋଷଣା କରିଛନ୍ତି ସେ ।
ଧୋନୀଙ୍କ ସହ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀୟ କିକ୍ରେଟ ଛାଡିବା ପାଇଁ ଘୋଷଣା କରିଛନ୍ତି । ଦିନେ ଟ୍ରେନ୍ ଟିକେଟ୍ କାଟୁଥିବା ଧୋନୀ ସରକାରୀ ଚାକିରି ଛାଡି ଚାଲି ଆସିଥିଲେ କ୍ରିକେଟ୍ ଦୁନିଆକୁ । ତାଙ୍କୁ ପ୍ରଥମ ଥର ପାଇଁ ୨୦୦୪ ମସିହାରେ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳିଥିଲା । ହେଲେ ସେ ମ୍ୟାଚରେ ନିଜକୁ ସାବ୍ୟସ୍ତ କରିବାରେ ସଫଳ ହୋଇପାରିନଥିଲେ ମାହି ।
୨୦୦୪ ମସିହା ଡିସେମ୍ବର ୨୩ ତାରିଖରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ସେ ଖେଳିଥିଲେ । ସେ ମ୍ୟାଚରେ ଧୋନୀ ୭ ନଂରେ ଥିବା ବେଳେ ବ୍ୟାଟିଂ କରିଥିଲେ । ହେଲେ ଖୁବ୍ ଶୀଘ୍ର ଆଉଟ୍ ହେବା ଯୋଗୁଁ ତାଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇ ପାରିନଥିଲା ।
ସେହିପରି ଧୋନୀଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ କଥା କହିଲେ ମନେପଡେ ୨୦୧୯ ୱାଲ୍ଡକପର ସେମି ଫାଇନାଲ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ଧୋନୀଙ୍କ ତାହା ଥିଲା ଶେଷ ଅନ୍ତର୍ଜାତୀୟ କିକ୍ରେଟ ମ୍ୟାଚ୍ । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଭାଗ୍ୟ ସେଦିନ ମଧ୍ୟ ତାଙ୍କର ସାଥ୍ ଦେଇ ପାରିନଥିବା ବେଳେ ସେହିଥର ଭାରତୀୟ ଟିମ୍ ମଧ୍ୟ ପରାଜିତ ହୋଇଥିଲା ।
କୁହାଯାଏ, ତାଙ୍କ ପ୍ରଥମ ଅନ୍ତର୍ଜାତୀୟ କିକ୍ରେଟ ମ୍ୟାଚ୍ ଯେମିତି ଆରମ୍ଭ ହୋଇଥିଲା ସେମିତି ସରିିିଲା। କ୍ୟାପଟେନ୍ କୁଲଙ୍କ ଏଭଳି ଅଚାନକ ଅବସର ଗ୍ରହଣ କରିବାକୁ ନେଇ ଦର୍ଶକ ମାନେ ଭାବବିହ୍ୱଳ ହୋଇ ପଡିଛନ୍ତି ।