ଏବେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ, ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ- ସମୀର ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ସ୍କୁଲ ଖୋଲିବ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଯେ, ‘ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନାହିଁ। ରାଜ୍ୟର ୬୦ ଲକ୍ଷ ଶିଶୁଙ୍କୁ ଇ-ଶିକ୍ଷା ଉପରେ ନିର୍ଭର କରିବାକୁ ପଡ଼ିବ। ଏବେ ୨୨ ଲକ୍ଷ ଶିଶୁ ଅନ୍‌ଲାଇନରେ ପାଠ ପଢୁଛନ୍ତି। ବାକି ୩୮ ଲକ୍ଷ ଶିଶୁ ଇଣ୍ଟରନେଟ ପାଇଁ ପାଠପଢ଼ାରୁ ବଞ୍ଚିତ ଅଛନ୍ତି ।’

ଏନେଇ ଏଥି ପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’,। ନୂଆ ଯୋଜନାରେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ। ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ସରକାର ସେପ୍ଟେମ୍ବର ଗାଇଡ ଲାଇନରେ ସ୍କୁଲ ଖୋଲିବା ଅନୁମତି ଦେଲେ ପରବର୍ତୀ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ। ସେପ୍ଟେମ୍ବରରେ କରୋନାରେ ସେତେଟା ଅଙ୍କୁଶ ନଥିବା ଆଶା କରାଯାଉଛି। ତେଣୁ ସେପ୍ଟେମ୍ବର ସ୍ଥିତିକୁ ନେଇ ସ୍କୁଲ ସଂପର୍କରେ ନିଷ୍ପତି ହେବ ।

Leave a Reply

Your email address will not be published.