ପ୍ରଣବଙ୍କ ସ୍ୱାସ୍ଥ୍ୟ ବସ୍ଥାକୁ ନେଇ ଗୁଜବ; ପୁଅ କହିଲେ ବାପା ସୁସ୍ଥ ଅଛନ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖାଯାଇଛି ।
ବ୍ରେନ୍ ସର୍ଜରୀ ପରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ଏପରିକି ୮୪ ବର୍ଷୀୟ ପ୍ରଣବ ମୁଖାର୍ଜିଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଛି । ଗୁରୁବାର ଦିନ ସେନା ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ୍ ପକ୍ଷରୁ ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିବା କୁହାଯାଇଛି ।
ଏପରିକି ତାଙ୍କ ଚିକିତ୍ସା ସ୍ଥିତିକୁ ନେଇ ହେଉଥିବା ଗୁଜବ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୁଅ ଅଭିଜିତ ମୁଖାର୍ଜି । ଏପରିକି ସମସ୍ତ ଗୁଜବକୁ ଖଣ୍ଡନ କରିବା ସହ ଟ୍ୱିଟ୍ କରିଛନ୍ତି ଯେ ବାପା ଏବେ ଭେଣ୍ଟିଲେଟର ସର୍ପୋଟରେ ରହିଥିବା ବେଳେ ଜୀବିତ ଅଛନ୍ତି । ଏହା ଛଡା ସେ ଡେମୋଡାୟନାମିକ୍ ରୂପରେ ସ୍ଥିର ଅଛନ୍ତି! ପ୍ରତିଷ୍ଠିତ ସାମ୍ବାଦିକଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ପ୍ରସାରିତ କରାଯାଉଥିବା ସ୍ପେକୁଲେସନ୍ ଏବଂ ଫେକ୍ ନ୍ୟୁଜରୁ ସଫା ଜଣାପଡୁଛି ଯେ ଭାରତରେ ଗଣମାଧ୍ୟମ ଫେକ୍ ନ୍ୟୁଜର କାରଖାନା ପାଲଟି ଯାଇଛି ।
ସେହିପରି ପ୍ରଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜି ମଧ୍ୟ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରେ ସେ କ୍ରୋଧିତ ଥିବା କହିଛନ୍ତି ।
ଏପରିକି ଟ୍ୱିଟ୍ କରି କହିଛନ୍ତି ଯେ ମୋ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ଖବର ମିଛ ଅଟେ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଖାସ କରି ଗଣମାଧ୍ୟମ ବନ୍ଧୁଙ୍କୁ, ସେମାନେ ମୋତେ କଲ୍ କରନ୍ତୁ ନାହିଁ । କାହିଁକି ନା ମେଡିକାଲରୁ ବାପାଙ୍କ ସ୍ୱାସ୍ଥ୍ୟ ବସ୍ଥା ସମ୍ପର୍କରେ ଅପଡେଟ୍ ଆସୁଛି ।