ୟୁଟ୍ୟୁବରେ ନାପସନ୍ଦ ହେଉଛି ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ-୨’
ମୁମ୍ବାଇ, (ଓଡିଶା ଟାଇମ୍): ନିକଟରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ଅଭିନୀତ ‘ସଡକ-୨’ ଫିଲ୍ମର ଟ୍ରେଲର ରିଲିଜ ହୋଇ ଯାଇଛି । ହେଲେ ରିଲିଜ ହେବାର କେଇ ଘଣ୍ଟା ପରେ ଫିଲ୍ମଟି ଟ୍ୱିଟରରେ ଟ୍ରୋଲ୍ ହେବା ସଙ୍ଗେସଙ୍ଗେ ୟୁଟ୍ୟୁବରେ ମଧ୍ୟ ଲାଇକ୍ସ ବଦଳରେ ଡିସଲାଇକ୍ସ ମିଳିଛି ।
ଆଲିଆ ଭଟ୍ଟ ଓ ସଞ୍ଜୟ ଦତ୍ତଙ୍କ ଏହି ଫିଲ୍ମର କାହାଣୀକୁ ନେଇ ପ୍ରଥମରୁ ବିବାଦ ଦେଖା ଦେଇଥିବା ବେଳେ ନେପୋଟିଜମକୁ ନେଇ ଅଧିକ ଉତ୍ତେଜିତ ହୋଇ ପଡିଛନ୍ତି ଦର୍ଶକ । ଯାହା ଫଳରେ ୟୁଟ୍ୟୁବରେ ୧୦୬ K ହଜାର ଲାଇକ୍ସ ସହ ‘ସଡକ-୨’ର ଟ୍ରେଲରକୁ ୭୫୮K ଡିସଲାଇକ୍ସ ମିଳିଛି । ଅର୍ଥାତ୍ ଫଇଲ୍ମର ଟ୍ରେଲରକୁ ୟୁଜର୍ସ ପସନ୍ଦ କରିବା ବଦଳରେ ଅଧିକ ନାପସନ୍ଦ କରିଥିବା ନଜର ଆସିଛି ।
ଖାଲି ଯେ ୟୁଟ୍ୟୁବରେ ନୁହେଁ, ଫିଲ୍ମର ଟ୍ରେଲରକୁ ଟ୍ୱିଟରରେ ମଧ୍ୟ ୟୁଜର୍ସ୍ୱାନେ ସବୁଠୁ ଅଧିକ ନାପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହା ଛଡା ଦର୍ଶକ ମାନେ ମଧ୍ୟ ଟ୍ୱିଟରରେ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ ଆଲିଆଙ୍କୁ ମଧ୍ୟ ଟ୍ରୋଲ୍ କରିବାରେ ଲାଗି ପଡିଛନ୍ତି ।
ଏପରିକି ଫିଲ୍ମର ଟ୍ରେଲରକୁ ୟୁଜର୍ସ ମାନେ #Sadak2Trailer ଓ #BoycottSadak2 ଟ୍ୟାଗ୍ କରିକି ନିଜ ନିଜର ମତ ରଖୁଥିବା ନଜର ଆସୁଛି।
ନିକଟରେ ମୃତ୍ୟୁ ବରଣ କରିଥିବା ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନେକ ବଲିଉଡର ନେପୋଟିଜମକୁ ଦାୟୀ କରୁଛନ୍ତି । ଯାହାର ଫଳ ସ୍ୱରୂପ ଷ୍ଟାର କିଡ୍ସଙ୍କ ଅଭିନୀତ ସଡକ-୨କୁ ନାପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକମାନେ।
ପାଖାପାଖି ୨୦ ବର୍ଷ ପରେ ଏହି ଫିଲ୍ମ ଜରିଆରେ ମହେଶ ଭଟ୍ଟ ନିର୍ଦ୍ଦେଶନାକୁ ଫେରୁଛନ୍ତି । ୧୯୯୧ ମସିହାରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଅଭିନୀତ ‘ସଡକ’ ଫିଲ୍ମର ସିକ୍ୱେଲ୍ ହେଉଛି ‘ସଡକ-୨’ ।
ଫିଲ୍ମଟି ପ୍ରଥମେ ଥିଏଟରରେ ରିଲିଜ ହେବାକୁ ଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହା ଅଗଷ୍ଟ ୨୮ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି।