ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ; ସୁରକ୍ଷିତ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ୍‌, (ଓଡିଶା ଟାଇମ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରେସ୍ କନଫରେନ୍ସ କରୁଥିବା ବେଳେ ହ୍ୱାଇଟ୍ ହାଉସ୍ ବାହାରେ କେହି ଦୁବୃର୍ତ୍ତ ଅଚାନକ ଗୁଳିମାଡ କରିଛି ।

ଏନେଇ ଖୋଦ୍ ଟ୍ରମ୍ପ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ କେହି ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଛି ଏବଂ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଏହି ଘଟଣା ପରେ ସିକ୍ରେଟ୍ ସର୍ଭିସ୍ କର୍ମଚାରୀ ମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି । ପରେ ସ୍ଥିତି ନିୟନ୍ତ୍ରଣାଧିନ ହେବାରୁ ଟ୍ରମ୍ପଙ୍କ ପ୍ରେସ୍ କନଫରେନ୍ସରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ ହୋଇଥିବା ନେଇ ସୂଚନା ଦେଇଥିଲେ । ଏବେ ସବୁ କିଛି ନିୟନ୍ତ୍ରଣରେ ରହିଛି ।

ମୁଁ ସିକ୍ରେଟ୍ ସର୍ଭିସ୍ କର୍ମଚାରୀଙ୍କର ତ୍ୱରିତ କାର୍ଯ୍ୟ ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହାଛଡା ସମ୍ପୃକ୍ତ ଦୁର୍ବୃତ୍ତଙ୍କ ଦେହରେ ଗୁଳି ବାଜିଥିବା ନେଇ ଅନୁମାନ କରାଯାଉଛି ।

ସେହିପରି ୟୁଏସ୍ ସିକ୍ରେଟ୍ ସର୍ଭିସ୍ କର୍ମଚାରୀଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସେହି ବିଜ୍ଞପ୍ତିରେ କୁହାଯାଇଛି ଯେ ସିକ୍ରେଟ୍ ସର୍ଭିସ୍ କର୍ମଚାରୀ ମାନେ ଉକ୍ତ ଗୁଳିମାଡ ଘଟଣାର ତଦନ୍ତ କରୁଛନ୍ତି । ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ସିକ୍ରେଟ୍ ସର୍ଭିସ୍ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସମୟରେ ହ୍ୱାଇଟ୍ ହାଉସ୍ ପରିସରରେ ଥିବା କୌଣସି ସୁରକ୍ଷା ଘେରାକୁ ଭେଦ କରାଯାଇନଥିଲା  ଏବଂ ଏବେ ଅନ୍ୟ କୌଣସି ବିପଦ ନାହିଁ ।

ଆହୁରି ମଧ୍ୟ ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଏଯାଏଁ ସାଢେ ୬ କୋଟି ଲୋକଙ୍କର କରୋନା ପରୀକ୍ଷା କରାଯାଇଛି । ଯାହା ଅନ୍ୟ କୌଣସି ଦେଶରେ ଏତେ ସଂଖ୍ୟାରେ କୋଭିଡ ଟେଷ୍ଟ କରା ଯାଇନାହିଁ । ଚଳିତ ବର୍ଷ ଶେଷ ସୁଦ୍ଧା ଆମ ପାଖରେ କରୋନା ଟିକା ଉପଲବ୍ଧ ହେବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।

Leave a Reply

Your email address will not be published.