ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ, ବ୍ୟାନ୍‌ ହେଲା ୧୦୧ ସାମରିକ ଉପକରଣ ଆମଦାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜନାଥ ତାଙ୍କ ଅଫିସିଆଲ୍ ଟ୍ରିଟର୍ ହ୍ୟାଣ୍ଡଲ୍‌ରେ ଘୋଷଣା କରିଛନ୍ତି ।

ଏନେଇ ରାଜନାଥ ଲେଖୁଛନ୍ତି , ପ୍ରତିରକ୍ଷା ମନ୍ତ୍ରାଳୟ ବ୍ୟାନ୍ ହେବାକୁ ଥିବା ୧୦୧ ପ୍ରତିରକ୍ଷା ଉପରକରଣର ତାଲିକା ପ୍ରସ୍ତୁତ କରିଛି । ଏବେ ଏହିସବୁ ଯୁଦ୍ଧ ସାମଗ୍ରୀ ବିଦେଶରୁ ଆମଦାନୀ ନ ହୋଇ ଦେଶରେ ତିଆରି କରାଯିବ । ଭାରତୀୟ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ବଢ଼ାଇବା ପାଇଁ ଏହିସବୁ ସମାଗ୍ରୀ ଉପରେ ବ୍ୟାନ୍ ଲାଗିବ ବୋଲି ରାଜନାଥ ଘୋଷଣା କରିଛନ୍ତି ।

ପ୍ରତିରକ୍ଷା ବିଭାଗ ୧୦୧ ଟି ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛି । ଯାହା ଭାରତରେ ପ୍ରସ୍ତୁତ ହେବ । ଏହା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ । ଭାରତରେ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ୧୦୧ଟି ସାମଗ୍ରୀ ଭିତରେ ରହିଛି ଆର୍ଟିଲେରୀ ଗନ୍, ଆସଲ୍ଟ ରାଇଫଲ, ସୋନାର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ରାଡାର୍, ସଶସ୍ତ୍ର ଯୁଦ୍ଧ ଯାନ , ଭଳି ଅନେକ ସାମଗ୍ରୀ । ପ୍ରତିରକ୍ଷା ବିଭାଗର ଏହି ବଡ ଘୋଷଣା ଭାରତୀୟ ଡିଫେନ୍ସ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବ । ଯୁଦ୍ଧ ଉପକରଣ ଏବଂ ଗୁଳିଗୋଳା ଭାରତରେ ଉତ୍ପାଦନ କରାଯିବା ନେଇ ଆର୍ମଫୋର୍ସ, ସରକାରୀ ଏବଂ ଘରୋଇ କମ୍ପାନୀ ସହ ଆଲୋଚନା କରାଯାଇଥିବା ରାଜନାଥ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published.