ବିଏମ୍‌ସି ଅଫିସରେ ପୁଣି ୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। ଏ ମଧ୍ୟରେ ବିଏମସିର ଚିଫ୍‌ ଅଡିଟର ଓ ଜଣେ ପିଅନ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏହା ପରେ ଅଡିଟ ସେକସନକୁ ସିଲ୍‌ କରାଯିବା ସହ ଅଫିସକୁ ସାନିଟାଇଜ୍‌ କରାଯାଇଛି ।

ବିଏମସି ଅଫିସରେ କରୋନା ବାହାରିବା ପରେ ୯୬ଜଣ କର୍ମଚାରୀଙ୍କର ରାପିଡ୍‌ (ଆଣ୍ଟିଜେନ) ଟେଷ୍ଟ କରାଯାଇଛି। ରିପୋର୍ଟ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିପାରିନାହିଁ । ନିକଟରେ ବିଏମସି ଅଫିସରେ ଜଣେ ବରିଷ୍ଠ ଅଧିକାରୀଙ୍କ ପତ୍ନୀ କରୋନା ପଜିଟିଭ୍‌ ବାହାରିଥିଲେ । ଏହା ପରେ ସଂପୃକ୍ତ ଅଫିସର ଚଳପ୍ରଚଳ ହେଉଥିବା ସେକସନକୁ ସାନିଟାଇଜ୍‌ କରାଯାଇଥିଲା ।

Leave a Reply

Your email address will not be published.