ରାଜ୍ୟରେ ଆଉ ୧୧୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ୱରରୁ ୨୫, କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରୁ ୨୩, ବଲାଙ୍ଗିରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁରରୁ ୧୧, କେନ୍ଦ୍ରପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍ଗାନାଳରୁ ୬, ଅନୁଗୁଳ ଓ ସୋନପୁରରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.